Pages

Sunday, September 30, 2018

Basics of Odia to English Translation Tense ଶିଖନ୍ତୁ ଓଡିଆ ରୁ ଇଂରାଜୀ ସହଜରେ



Basics of Odia to English Translation

ଓଡିଆ ରୁ ଇଂରାଜୀ ଶିଖିବା ପୂର୍ବରୁ ଓଡିଆ ଭାଷା କୁ ଆମକୁ ଭଲ ଭାବରେ ବୁଝିବାକୁ ପଡିବ ଆମେ ଯେଉଁ ଓଡିଆ ଭାଷା ରେ କଥା ହେଉଅଛେ, ତାହା କେମିତି ତିଆରି ହୋଇଛି ବା କେତେବେଳେ କେଉଁ ଅର୍ଥ ରେ କଣ କହୁଛେ ତାହା ଆମେ ଭଲସେ ଜାଣିନାହୁଁ ତେବେ ଆମକୁ ଇଂରାଜୀ ଶିଖିବାକୁ ହେଲେ ପ୍ରଥମେ ଓଡିଆ ଭାଷା କୁ ଭଲସେ ବୁଝିବା ତେବେ ଏହା ଭଲଭାବରେ ବୁଝି ଗଲେ ଇଂରାଜୀ ରେ ତାକୁ translate ବହୁତ ସହଜ ହୋଇଯିବ

ଆମେ ଯେଉଁ କଥାବାର୍ତ୍ତା ହେଉଅଛେ, ସେଥିରେ ଅନେକ ସବୁ ଶବ୍ଦ ରହିଅଛି କିଂତୁ ଆମେ ଗୋଟିଏଗୋଟିଏ ଶବ୍ଦ କହୁନାହୁଁ, ଶବ୍ଦ ସବୁକୁ ମିଶାଇ ବାକ୍ୟ ତିଆରି କରି କହୁଅଛେ ଏବଂ ସେ ବାକ୍ୟ ରେ ଥିବା ଅର୍ଥ କୁ ଅନ୍ୟକୁ ଜଣାଉଅଛେ ତେବେ ପ୍ରଥମେଆମକୁ ଏହି ବାକ୍ୟ ବିଷୟ ରେ ଜାଣିବାକୁ ପଡିବ

Sentence (ବକ୍ୟ)


ଗୋଟିଏ ବାକ୍ୟ ରେ ଥିବା ଶବ୍ଦ ସବୁକୁ ଗୋଟିଏ ନିର୍ଦ୍ଦିଷ୍ଟ କ୍ରମରେ ସଜାଇବା ଦ୍ୱାରା ହିଁ ତାର କିଛି ଅର୍ଥ ଆସୁଅଛି ଯଦି ଶବ୍ଦ ସବୁ କୌଣସି କ୍ରମ ନରଖି ବାକ୍ୟ ତିଆରି କରାଯାଏ ତେବେ ସେଥିରେ କୌଣସି ଅର୍ଥ ଆସିବନାହିଁ କିମ୍ବା ଭୁଲ ଅର୍ଥ ଆସିବ

ମୁଁ ଭାତ ଖାଉଅଛି
I am eating rice.

ଏହି ବାକ୍ୟ ରେ,      I           - Subject (କର୍ତ୍ତା)
                        Am      - Helping verb (ସାହାଜ୍ୟକାରୀ କ୍ରିୟା)
                        Eating - Verb (କ୍ରିୟା)
                        Rice    - Object (କର୍ମ)
ତେବେ ଗୋଟିଏ ବାକ୍ୟ ରେ ଏହି Subject, Object ଏବଂ Verb ନିହାତି ରହିବା ଦରକାର ବର୍ତ୍ତମାନ ଏହି Subject, Object ଏବଂ Verb କଣ ସେସବୁ ବର୍ଣନା କରିବା

Subject (କର୍ତ୍ତା)
·        ଗୋଟିଏ ବାକ୍ୟ ରେ ଯିଏ କିଛି କର୍ଯ୍ୟ କରୁଥାଏ, ତାହାକୁ Subject (କର୍ତ୍ତା) କୁହାଯାଏ
·        ବାକ୍ୟ ରେ କିଏ ଲଗେଇ ପ୍ରଶ୍ନ ପଚାରିଲେ ଯେଉଁ ଉତ୍ତର ମିଳେ ତାହା Subject(କର୍ତ୍ତା) ଅଟେ
ଉପରେ ଥିବା ଉଦାହରଣ ବାକ୍ୟ ରେ କିଏ ଲଗାଇ ପ୍ରଶ୍ନ ପଚାରିବା,
କିଏ ଭାତ ଖାଉଅଛି ?
ଊତ୍ତର ମିଳିବ ମୁଁ, ତେଣୁ Subject ହେଉଛି ମୁଁ  
ଆମ ଭାଷା ରେ ଅନେକ ସବୁ Subject (କର୍ତ୍ତା) ରହିଅଛ ସେସବୁ ତଳେ ବର୍ଣନା କରାଯାଇଅଛି

Different types of Subject

ପ୍ରଥମ, ଦ୍ୱିତୀୟ ଏବଂ ତ୍ରୁତୀୟ ପୁରୁଷ ଓ ଏକବଚନ, ବହୁବଚନ ଅନୁଶାରେ  Subject (କର୍ତ୍ତା) କୁ ତଳେ ଥିବା table ଅନୁଶାରେ ବିଭକ୍ତ କରାଯାଇଥାଏ


First person
(ପ୍ରଥମ ପୁରୁଷ)
Second person
(ଦ୍ୱିତୀୟ ପୁରୁଷ )
Third person
(ତ୍ରୁତୀୟ ପୁରୁଷ)
Singular (ଏକ ବଚନ)

I (ମୁଁ)


You (ତୁମେ)
He/She(ସେ), It (ଏଇଟା), Ram, Cat Or any other singular
Plural (ବହୁ ବଚନ)

We(ଆମ୍ଭେମାନେ)


You (ତୁମ୍ଭେମାନେ)
They (ସେମାନେ), Cats, or any other plural

Helping verb (ସାହାଜ୍ୟକାରୀ କ୍ରିୟା)
ପୁରୁଷ ଏବଂ କାଳ ଆନୁସାରେ subject (କର୍ତା) ପାଖରେ ବିଭିନ୍ନ ପ୍ରକାରର Helping verb (ସହଜ୍ୟକାରୀ କ୍ରିୟା) ବ୍ୟବହାର ହୋଇଥାଏ |


Present Tense
Past Tense
Future Tense
I
Am, Have
Was, Had
Shall
We
Are, Have
Were, Had
Shall
You
Are, Have
Were, Had
Will
He/She/It
Is, Has
Was, Had
Will
They
Are, Have
Were, Had
Will

Verb (କ୍ରିୟା)

·        ଗୋଟିଏ ବାକ୍ୟ ରେ subject (କର୍ତା) ଯାହା କରୁଥଏ ତାହା Verb (କ୍ରିୟା) ଅଟେ
·        ବାକ୍ୟ ରେ କଣ କରୁଅଛି ଲଗାଇ ପ୍ରଶ୍ନ ପଚାରିଲେ ଯେଉଁ ଉତ୍ତର ମିଲେ, ତାହା Verb (କ୍ରିୟା)
ଉଦାହରଣ:- ମୁଁ ଭାତ ଖାଉଅଛି
               ମୁଁ କଣ କରୁଅଛି ?   ମୁଁ ଭାତ ଖାଉଅଛି
ତେଣୁ ଖାଇବା ହେଉଛି Verb (କ୍ରିୟା)  

ଏମିତି ଲକ୍ଷ ଲକ୍ଷ Verb (କ୍ରିୟା) ରହିଅଛି ତେଣୁ ଆମକୁ ଜେତେ ଅଧିକ ରୁ ଅଧିକ Verb (କ୍ରିୟା) ସବୁ ଇଂରାଜୀ ରେ ଶିଖିବାକୁ ହେବ  ଖାଲି Verb (କ୍ରିୟା) ନୁହେଁ, ପ୍ରତ୍ୟେକ Verb ର ଇଂରାଜୀ ରେ ୩ ଟି ରୂପ ରହିଥାଏ ସେ ରୂପ ସବୁ ମଧ୍ୟ ଶିଖିବାକୁ ପଡିବ ଏଠାରେ କିଛି Verb ଓ ସେମନଂକର ରୂପ ଦେଖାଯାଇଅଛି ଆଉ ଅଧିକ Verb ସିଖିବାକୁହେଲେ ତଳେ click କରନ୍ତୁ

Verb and different forms

Click here for Video

ଓଡିଆ ଅର୍ଥ
1st Form
2nd Form
3rd Form
ING Form
ଯିବା
Go
Went
Gone
Going
ଖାଇବା
Eat
Ate
Eaten
Eating
ଖେଳିବା
Play
Played
Played
Playing
ଦେଖିବା
See
Saw
Seen
Seeing
ଦେଖାଇବା
Show
Showed
Shown
Showing
ଧରିବା
Catch
Caught
Caught
Catching
ଦୌଡିବା
Run
Ran
Run
Running
ଚଢିବା
Climb
Climbed
Climbed
Climbing
ବିକ୍ରିକରିବା
Sell
Sold
Sold
Selling
କିଣିବା
Buy
Bought
Bought
Buying
କହିବା
Talk
Talked
Talked
Talking
ଆଣିବା
Bring
Brought
Brought
Bringing
କଥାକହିବା
Speak
Spoke
Spoken
Speaking
କାଟିବା
Cut
Cut
Cut
Cutting
ରାନ୍ଧିବା
Cook
Cooked
Cooked
Cooking

ଏହି ଭଳି ହଜାର ହଜାର verb ର ସବୁ forms ଜାଣିରଖିବା ଆବଶ୍ୟକ ଅଟେ
ବର୍ତ୍ତମାନ ବିଭିନ୍ନ କାଳ ଅନୁସାରେ କେମିତି ବାକ୍ୟ ଗଠନ କରାଯାଏ ତାହା ଜାଣିବା

https://jogesward.blogspot.com/b/post-preview?token=APq4FmChYJOFPoqkiE8fRpHmRl_TvA9-PR6DZvrP3iKyyLd_E26AocXfsw0-pumPemeliTWfHfLs2ESIOZdXBv_JwNsd833tyl2-f7TqHQCUjA6JdIHxK26eEQKgxZVLw8SUCclwuY5c&postId=8134404625168943657&type=POST


TENSE (କାଳ)


ଗୋଟିଏ ବାକ୍ୟରେ ଅର୍ଥ ବାକ୍ୟ ରେ TENSE (କାଳ) ଉପରେ ନିର୍ଭର କରିଥାଏ ବାକ୍ୟ ରେ ଯଦି tense ଭୁଲ ଥାଏ ତେବେ ସେ ବାକ୍ୟ ର ଠିକ ଅର୍ଥ ଆସିନଥାଏ

ଉଦାହରଣ:- ମୁଁ ଗତକାଲି ସ୍କୁଲ କୁ ଯାଉଅଛି
ଏ ବାକ୍ୟ ରେ ଗତକାଲି ଅତୀତ କାଳ ବିଷଯରେ କହୁଥିଲା ବେଳେ ଯାଉଅଛି ବର୍ତମାନ କାଳ ବିଷଯରେ କହୁଅଛି ତେଣୁ ବାକ୍ୟ ଟି ଠିକ ଅର୍ଥ ପ୍ରକଶ କରୁନାହିଁ ତେଣୁ ବାକ୍ୟ ରେ  TENSE (କାଳ) ବହୁତ ଗୁରୁତ୍ୱପୂର୍ଣ ଆଟେ

Tense 3 ପ୍ରକାର
1.     Present tense (ବର୍ତ୍ତମାନ କାଳ)
2.     Past tense      (ଅତୀତ କାଳ)
3.     Future tense (ଭବିଷ୍ୟତ କାଳ)
ପ୍ରତ୍ୟେକ କାଳ କୁ ପୁଣି 4 ଭଗରେ ବିଭକ୍ତ କର ଯାଇଛି
a.     Simple
b.     Continuous
c.     Perfect
d.     Perfect continuous
1.     Present Tense 


Present Simple
Present continuous
Present Perfect
Present perfect continuous

a.     Simple present:
ଯେଉଁ ବାକ୍ୟ ର ଶେଷ ରେ ,, ଏବଂ ନ୍ତି ଥାଏ ତହା Simple present  ଅଟେ
Formula:
Simple present tense ରେ ବାକ୍ୟ ତିଆରି କରିବାର formula
Subject (କର୍ତ୍ତା) + Verb (କ୍ରିୟା) ର 1st form + Object (କର୍ମ) + etc.
ଊଦହରଣ:
ମୁଁ ଭାତ ଖା|  
I eat rice.
ଆମ୍ଭେମାନେ କ୍ରିକେଟ ଖେଳୁ।
We play cricket.
ତୁମେ ସାଇକେଲ ଚଲାଅ
You ride bicycle.
ସେମାନେ ସ୍କୁଲ ଯାଆନ୍ତି 
They go to school.

·        Subject ଯଦି Third person Singular ହୋଇଥାଏ, ତେବେ Verb ର 1st form ରେ s କିମ୍ବା es ଲାଗିଥାଏ
ସେ କ୍ରିକେଟ ଖେଳେ  He plays cricket.
ରାମ ସ୍କୁଲ କୁ ଯାଏ   Rama goes to school.
                            
·        Habitual action, General truth, instruction, giving direction, fixed arrangement, future event on a timely manner etc. ରେ Simple present tense ରେ ବାକ୍ୟ ତିଆରି ହୋଇଥାଏ

b.     Present Continuous:
ଯେଉଁ ବାକ୍ୟ ର ଶେଷ ରେ ଉଅଛ, ଉଅଛି, ଉଅଛୁ ଏବଂ ଉଅଛନ୍ତି ଥାଏ ତହା Present continuous   ଅଟେ
·        ଯେଉଁ କାର୍ଯ୍ୟ ଟି ବର୍ତମାନ ଚାଲୁରହିଥାଏ ସେ କ୍ଷେତ୍ର ରେ ଏହି TENSE ଆସିଥାଏ
Formula:
Present continuous tense ରେ ବାକ୍ୟ ତିଆରି କରିବାର formula
Subject (କର୍ତ୍ତା) + Helping Verb (ସହଯ୍ୟକାରୀ କ୍ରିୟା ) + Verb (କ୍ରିୟା) ର ING form + Object  (କର୍ମ) + etc.
ଊଦହରଣ:
ମୁଁ ଭାତ ଖାଉଅଛି |  
I am eating rice.
ଆମ୍ଭେମାନେ କ୍ରିକେଟ ଖେଳୁଅଛୁ ।
We are playing cricket.
ତୁମେ ସାଇକେଲ ଚଲାଉଅଛ  
You are riding bicycle.
ସେମାନେ ସ୍କୁଲ ଯାଉଅଛନ୍ତି 
They are going to school.
                            
c.     Present perfect:
ଯେଉଁ ବାକ୍ୟ ର ଶେଷ ରେ ଇଅଛ, ଇଅଛି, ଇଅଛୁ ଏବଂ ଇଅଛନ୍ତି ଥାଏ ତହା Present perfect ଅଟେ

  •         ଯେଉଁ କାର୍ଯ୍ୟ ଟି ଘଟିଯାଇଥାଏ କିନ୍ତୁ ତାହକୁ ପ୍ରକାଶ କରିଲାବେଳେ କୌଣସି ନିର୍ଦ୍ଦିସ୍ଟ ସମୟ କୁହାଯାଇନଥାଏ କ୍ଷେତ୍ର ରେ ଏହି TENSE ଆସିଥାଏ
  •         ଉଦାହରଣ:- ମୁଁ ଭାତ ଖାଇଅଛି ଅର୍ଥାତ ଖାଇସାରିଛି, କିନ୍ତୁ ଯେହେତୁ କେତେବେଲେ ଖାଇସାରିଛି କୁହାଯାଇନହିଁ ତେଣୁ ଏଠି Present perfect tense ଲାଗିଛି

ଯଦି କୁହାଯାଇଥାନ୍ତା ଯେ, ମୁଁ କାଲି ଭାତ ଖାଇଥିଲି, ଏଠି ନିର୍ଦ୍ଦିସ୍ଟ ସମଯ କୁହାଯାଇଛି ତେଣୁ Present perfect tense ନହୋଇ Past perfect tense ହୋଇଛି

Formula:
Present perfect tense ରେ ବାକ୍ୟ ତିଆରି କରିବାର formula
Subject (କର୍ତ୍ତା) + Have/Has + Verb (କ୍ରିୟା) ର 3rd form + Object  (କର୍ମ) + etc.
ଊଦହରଣ:
ମୁଁ ଭାତ ଖାଇଅଛି |   
I have eaten rice.
ଆମ୍ଭେମାନେ କ୍ରିକେଟ ଖେଳିଅଛୁ ।
We have played cricket.
ତୁମେ ସାଇକେଲ ଚଲାଇଅଛ  
You have ridden bicycle.
ସେମାନେ ସ୍କୁଲ ଯାଇଅଛନ୍ତି 
They have gone to school.
ସେ ସାର୍କସ ଦେଖିଅଛି।
He has watched circus.
                            
d.     Present perfect continuous:
ଯେଉଁ ବାକ୍ୟ ର ଶେଷ ରେ ଇଆସୁଅଛ, ଇଆସୁଅଛି, ଇଆସୁଅଛୁ ଏବଂ ଇଆସୁଅଛନ୍ତି ଥାଏ ତହା Present perfect continuous ଅଟେ

·        ଯେଉଁ କାର୍ଯ୍ୟ ଟି ଆଗରୁ ଆରମ୍ଭ ହୋଇ ବର୍ତ୍ତମାନ ମଧ୍ୟ ଘଟିଚଲିଛି ସେ କ୍ଷେତ୍ର ରେ ଏହି TENSE ଆସିଥାଏ

Formula:
Present perfect tense ରେ ବାକ୍ୟ ତିଆରି କରିବାର formula
Subject (କର୍ତ୍ତା) + Have/Has + Been +  Verb (କ୍ରିୟା) ର ING form + Object (କର୍ମ) + etc.
ଊଦହରଣ:
ମୁଁ ଭାତ ଖାଇଆସୁଅଛି |  
I have been eating rice.
ଆମ୍ଭେମାନେ କ୍ରିକେଟ ଖେଳିଆସୁଅଛୁ ।
We have been playing cricket.
ତୁମେ ସାଇକେଲ ଚଲାଇଆସୁଅଛ  
You have been riding bicycle.
ସେମାନେ ସ୍କୁଲ ଯାଇଅଆସୁଛନ୍ତି 
They have been going to school.
ସେ ସାର୍କସ ଦେଖିଆସୁଅଛି।
He has been watching circus.

2.     Past Tense 


Past Simple
Past continuous
Past Perfect
Past perfect continuous

a.     Simple past:
ଯେଉଁ ବାକ୍ୟ ର ଶେଷ ରେ , ଲା, ଲେ ଏବଂ ଲୁ ଥାଏ ତହା Simple past  ଅଟେ
Formula:
Simple past tense ରେ ବାକ୍ୟ ତିଆରି କରିବାର formula
Subject (କର୍ତ୍ତା) + Verb (କ୍ରିୟା) ର 2nd form + Object (କର୍ମ) + etc.
ଊଦହରଣ:
ମୁଁ ଭାତ ଖାଇଲି|  
I ate rice.
ଆମ୍ଭେମାନେ କ୍ରିକେଟ ଖେଳିଲୁ
We played cricket.
ତୁମେ ସାଇକେଲ ଚଲାଇଲୁ
You rode bicycle.
ସେମାନେ ସ୍କୁଲ ଗଲେ 
They went to school.
                            
b.     Past Continuous:
ଯେଉଁ ବାକ୍ୟ ର ଶେଷ ରେ ଉଥିଲ, ଉଥିଲା, ଉଥିଲି ଏବଂ ଉଥିଲେ ଥାଏ ତହା Past continuous   ଅଟେ
Formula:
Past continuous tense ରେ ବାକ୍ୟ ତିଆରି କରିବାର formula
Subject (କର୍ତ୍ତା) + Helping Verb (ସହାଯ୍ୟକାରି କ୍ରିୟା ) + Verb (କ୍ରିୟା) ର ING form + Object  (କର୍ମ) + etc.
ଊଦହରଣ:
ମୁଁ ଭାତ ଖାଉଥିଲି|  
I was eating rice.
ଆମ୍ଭେମାନେ କ୍ରିକେଟ ଖେଳୁଥିଲୁ
We were playing cricket.
ତୁମେ ସାଇକେଲ ଚଲାଉଥିଲ  
You were riding bicycle.
ସେମାନେ ସ୍କୁଲ ଯାଉଥିଲେ 
They were going to school.
                            
c.     Past perfect:
ଯେଉଁ ବାକ୍ୟ ର ଶେଷ ରେ ଇଥିଲ, ଇଥିଲା, ଇଥିଲି ଏବଂ ଇଥିଲେ ଥାଏ ତହା Past perfect ଅଟେ
Formula:
Past perfect tense ରେ ବାକ୍ଯ ତିଆରି କରିବାର formula
Subject (କର୍ତ୍ତା) + Had + Verb (କ୍ରିୟା) ର 3rd form + Object  (କର୍ମ) + etc.
ଊଦହରଣ:
ମୁଁ ଭାତ ଖାଇଥିଲି |  
I had eaten rice.
ଆମ୍ଭେମାନେ କ୍ରିକେଟ ଖେଳିଥିଲୁ
We had played cricket.
ତୁମେ ସାଇକେଲ ଚଲାଇଥିଲ  
You had ridden bicycle.
ସେମାନେ ସ୍କୁଲ ଯାଇଥିଲେ 
They had gone to school.
ସେ ସାର୍କସ ଦେଖିଥିଲେ
He had watched circus.
                            
d.     Past perfect continuous:
ଯେଉଁ ବାକ୍ୟ ର ଶେଷ ରେ ଇଆସୁଥିଲ, ଇଆସୁଥିଲା, ଇଆସୁଥିଲି ଏବଂ ଇଆସୁଥିଲେ ଥାଏ ତହା Past perfect continuous ଅଟେ
Formula:
Past perfect tense ରେ ବାକ୍ୟ ତିଆରି କରିବାର formula
Subject (କର୍ତ୍ତା) + Had + Been +  Verb (କ୍ରିୟା) ର ING form + Object (କର୍ମ) + etc.
ଊଦହରଣ:
ମୁଁ ଭାତ ଖାଇଆସୁଥିଲି |  
I had been eating rice.
ଆମ୍ଭେମାନେ କ୍ରିକେଟ ଖେଳିଆସୁଥିଲେ
We had been playing cricket.
ତୁମେ ସାଇକେଲ ଚଲାଇଆସୁଥିଲ  
You had been riding bicycle.
ସେମାନେ ସ୍କୁଲ ଯାଇଅଆସୁଥିଲେ 
They had been going to school.
ସେ ସାର୍କସ ଦେଖିଆସୁଥିଲା
He had been watching circus.



                            
3.     Future Tense 


Future Simple
Future continuous
Future Perfect
Future perfect continuous

a.     Simple Future:
ଯେଉଁ ବାକ୍ୟ ର ଶେଷ ରେ , ବା, ବେ ଏବଂ ବୁ ଥାଏ ତହା Simple future  ଅଟେ
Formula:
Simple future tense ରେ ବାକ୍ୟ ତିଆରି କରିବାର formula
Subject (କର୍ତ୍ତା) +Will/Shall + Verb (କ୍ରିୟା) ର 1st form + Object (କର୍ମ) + etc.
ଊଦହରଣ:
ମୁଁ ଭାତ ଖାଇବି|  
I will eat rice.
ଆମ୍ଭେମାନେ କ୍ରିକେଟ ଖେଳିବୁ
We will play cricket.
ତୁମେ ସାଇକେଲ ଚଲାଇବ
You will ride bicycle.
ସେମାନେ ସ୍କୁଲ ଯିବେ 
They will go to school.
                            
b.     Future Continuous:
ଯେଉଁ ବାକ୍ୟ ର ଶେଷ ରେ ଉଥିବ, ଉଥିବା, ଉଥିବେ ଏବଂ ଉଥିବୁ ଥାଏ ତହା Future continuous   ଅଟେ
Formula:
Future continuous tense ରେ ବାକ୍ୟ ତିଆରି କରିବାର formula
Subject (କର୍ତ୍ତା) + Will/Shall + be + Verb (କ୍ରିୟା) ର ING form + Object  (କର୍ମ) + etc.
ଊଦହରଣ:
ମୁଁ ଭାତ ଖାଉଥିବି|  
I will be eating rice.
ଆମ୍ଭେମାନେ କ୍ରିକେଟ ଖେଳୁଥିବୁ
We will be playing cricket.
ତୁମେ ସାଇକେଲ ଚଲାଉଥିବ  
You will be riding bicycle.
ସେମାନେ ସ୍କୁଲ ଯାଉଥିବେ 
They will be going to school.
                            
c.     Future perfect:
ଯେଉଁ ବାକ୍ୟ ର ଶେଷ ରେ ଇଥିବ, ଇଥିବା, ଇଥିବେ ଏବଂ ଇଥିବୁ ଥାଏ ତହା Future perfect ଅଟେ
Formula:
Future perfect tense ରେ ବାକ୍ୟ ତିଆରି କରିବାର formula
Subject (କର୍ତ୍ତା) + Shall/ will + Have + Verb (କ୍ରିୟା) ର 3rd form + Object  (କର୍ମ) + etc.
ଊଦହରଣ:
ମୁଁ ଭାତ ଖାଇଥିବି |  
I shall have eaten rice.
ଆମ୍ଭେମାନେ କ୍ରିକେଟ ଖେଳିଥିବୁ
We shall have played cricket.
ତୁମେ ସାଇକେଲ ଚଲାଇଥିବ  
You will have ridden bicycle.
ସେମାନେ ସ୍କୁଲ ଯାଇଥିବେ 
They will have gone to school.
ସେ ସାର୍କସ ଦେଖିଥିବ
He will have watched circus.
                            
d.     Future perfect continuous:
ଯେଉଁ ବାକ୍ୟ ର ଶେଷ ରେ ଇଆସୁଥିବ, ଇଆସୁଥିବା, ଇଆସୁଥିବେ ଏବଂ ଇଆସୁଥିବୁ ଥାଏ ତହା Future perfect continuous ଅଟେ
Formula:
Future perfect tense ରେ ବାକ୍ୟ ତିଆରି କରିବାର formula
Subject (କର୍ତ୍ତା) + Shall/Will + Have + Been +  Verb (କ୍ରିୟା) ର ING form + Object (କର୍ମ) + etc.
ଊଦହରଣ:
ମୁଁ ଭାତ ଖାଇଆସୁଥିବି |  
I shall have been eating rice.
ଆମ୍ଭେମାନେ କ୍ରିକେଟ ଖେଳିଆସୁଥିବୁ
We shall have been playing cricket.
ତୁମେ ସାଇକେଲ ଚଲାଇଆସୁଥିବ  
You will have been riding bicycle.
ସେମାନେ ସ୍କୁଲ ଯାଇଅଆସୁଥିବେ 
They will have been going to school.
ସେ ସାର୍କସ ଦେଖିଆସୁଥିବ
He will have been watching circus.
                            

4 comments: